ପୁଣି ଗଞ୍ଜାମ ଜିଲ୍ଲାର ୧୦ଜଣ କରୋନା ଯୋଦ୍ଧାଙ୍କ ସମେତ ୩୮ କରୋନା ପଜିଟିଭ୍ ଚିହ୍ନଟ, ଜିଲ୍ଲାପାଳଙ୍କ ସୂଚନା

ବ୍ରହ୍ମପୁର,ଏନ୍ଏନ୍ଏସ୍: ଆଜି ଗଞ୍ଜାମରୁ ଆଉ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୧୦ଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ଭିତରୁ ୩ ଜଣ ପୋଲସରା ବ୍ଲକର ହୋଇଥିବା ବେଳେ ଚିକିଟିର ୨ ଜଣ, ଛତ୍ରପୁର, ଗଞ୍ଜାମ କବିସୂର୍ଯ୍ୟନଗର, ଭଞ୍ଜନଗର ଓ ରଙ୍ଗେଇଲୁଣ୍ଡା ବ୍ଲକର ଜଣେ ଲେଖାଏଁ କରୋନା ଯୋଦ୍ଧା ଥିବା ଜଣାଯାଇଛି।

ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି। ସେହିପରି ଅନ୍ୟ ୨୮ ଜଣଙ୍କ ମଧ୍ୟରେ ୮ ଜଣ ପ୍ରବାସୀ(ସୁରତରୁ ୪ ଜଣ, ତାମିଲନାଡୁ, ମହାରାଷ୍ଟ୍ର, ବେଙ୍ଗାଲୁରୁ ଓ କେରଳରୁ ଜଣେ ଲେଖାଏଁ) ଓ ଅନ୍ୟ ୨୦ ଜଣ (ବେଗୁନିପଡ଼ାରୁ ୬ ଜଣ, କେଏସ ନଗରରୁ ୫ ଜଣ, ଗଞ୍ଜାମ, ଆସ୍କା ଓ ସୁରଦାରୁ ୨ ଜଣ ଲେଖାଏଁ ଓ ବେଲଗୁଣ୍ଠ, ପୋଲସରା ଓ ଧାରାକୋଟିରୁ ଜଣେ ଲେଖାଏଁ) କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ଏହାଫଳରେ ଗଞ୍ଜାମ ଜିଲ୍ଲାରେ ମୋଟ୍ ୮୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ଜିଲ୍ଲାରେ ବର୍ତ୍ତମାନ ୬୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୨୭ ଜଣ ସକ୍ରିୟ ଅଛନ୍ତି। ଅପରପକ୍ଷରେ କରୋନାରେ ୬ ଜଣଙ୍କର ମୃତ୍ୟୁ ହୋଇଛି।