୧୨ଶହ କେଜି ଗଞ୍ଜେଇ ଜବତ

ମାଛକୁଣ୍ଡରେ ୧,୨୦୦ କେଜି ଗଞ୍ଜେଇ ଜବତ। କୋରାପୁଟ ଶୁକ୍ରବାର ରାତିରେ ବିଏସଏଫ ଓ ମାଛକୁଣ୍ଡ ପୁଲିସ ପାଟ୍ରୋଲିଂ କରୁଥିବାବେଳେ ଡି ଡ୍ୟାମ୍ ନିକଟରେ ଏକ ମିନି ଟ୍ରକକୁ ଯାଂଚ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ଜେରା କରୁଛନ୍ତି। ମିନି ଟ୍ରକରୁ ୧,୨୦୦ କିଲୋ ଗ୍ରାମ୍ ଗଞ୍ଜେଇ ସହ ଏକ ୭ ପିସ୍ତଲ, ନଗଦ ୨୦ ହଜାର ଟଙ୍କା ଜବତ କରାଯାଇଥିବା ନନ୍ଦପୁର ଏସଡିପିଓ ତପନ କୁମାର ମହାନନ୍ଦ ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ବୋଲି ଜଣାପଡିଛି।