ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଷ୍ଟେସନରୁ ଗତକାଲି ରାତିରେ ଦେଢ଼ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ରେଲୱେ ପୁଲିସ୍। ଏଥିରେ ସମ୍ପୃକ୍ତ ଥିବା ପାରଳାଖେମୁଣ୍ଡିର ନାଗା ଆପା ରାଓଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇ ଟ୍ରେନ୍ ଯୋଗେ ଭୋପାଳ ଯାଉଥିବା ରେଲୱେ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ପ୍ରକାଶ ଯେ, ବିଶାଖାପାଟଣାରୁ ନିଜାମୁଦ୍ଦିନ୍ (ଦିଲ୍ଲୀ) ଅଭିମୁଖେ ଯାତ୍ରା କରୁଥିବା ସମତା ଏକ୍ସପ୍ରେସ୍ ରାୟଗଡ଼ାରେ ପହଞ୍ଚିବା ପୂର୍ବରୁ ଡଗ୍ ସ୍କ୍ୱାର୍ଡ ଓ ଆରପିଏଫ୍ ଟିମ୍ ଷ୍ଟେସନରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସନ୍ଦେହନଜକ ଅବସ୍ଥାରେ ୩ଟି ବ୍ୟାଗ ଓ ଗୋଟିଏ ଅଖା ଧରି ବସିଥିବା ନାଗା ଆପା ରାଓକୁ ପଚରାଉଚରା କରିବାପରେ ବ୍ୟାଗରେ ଗଞ୍ଜେଇ ଥିବା ଜଣାପଡିଥିଲା। ଗଞ୍ଜେଇ ଜବତ କରିବା ପରେ ମାଜିଷ୍ଟ୍ରେଟ୍ ଅତିରିକ୍ତ ତହସିଲଦାର ସୁନୀଲ ଖରାଙ୍କ ଉପସ୍ଥିତିରେ ରେଲୱେ ପୁଲିସ୍ ଯାଞ୍ଚ କରିଥିଲା। ୩ଟି ବ୍ୟାଗରେ ଥିବା ୬ଟି ପ୍ୟାକେଟରୁ ୨୭ କେଜି ୪୦୦ ଗ୍ରାମ ଓଜନର ଗଞ୍ଜେଇ ବାହାରିଥିଲା। ଯାଞ୍ଚ ଏବଂ ଓଜନ ପରେ ମାମଲା ରୁଜୁ କରି ଗିରଫ ନାଗା ଆପା ରାଓକୁ ପୁଲିସ୍ କୋର୍ଟ ଚାଲାଣ କରିଥିଲା।