Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନିଶା ବେପାରୀଙ୍କୁ ସାହିବାସିନ୍ଦାଙ୍କ ଆକ୍ରମଣ: ଜବତ କଲେ ବିପୁଳ ଗଞ୍ଜେଇ, ଭାଙ୍ଗିଦେଲେ୨ ବାଇକ ଓ ଘର ଆସବାବପତ୍ର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନିଶା ବେପାରୀଙ୍କୁ ସାହିବାସିନ୍ଦାଙ୍କ ଆକ୍ରମଣ: ଜବତ କଲେ ବିପୁଳ ଗଞ୍ଜେଇ, ଭାଙ୍ଗିଦେଲେ୨ ବାଇକ ଓ ଘର ଆସବାବପତ୍ର

ଦେବଗଡ,ଏନଏନଏସ : ଦେବଗଡ ପୈାରାଞ୍ଚଳ ଅନ୍ତର୍ଗତ ୧୦ ନଂ ୱାର୍ଡ ସ୍ଥିତ ମୁକୁନ୍ଦ ପ୍ରାଥମିକ ବିଦ୍ୟାଳୟ ନିକଟରେ ନିଜ ଘରେ ନିଶା ବ୍ୟବସାୟ କରୁଥିବା ସୁଦର୍ଶନ ନାୟକ ଙ୍କ ଘରକୁ ପଶି ସ୍ଥାନୀୟ ଆରସିଏମଏସ ସାହି ବାସିନ୍ଦା ମାନେ ପଶି ବ୍ୟାପକ ଭଙ୍ଗା ଋୁଜ୍ଜା କରିବା ସହ ବିପୁଲ ପରିମାଣର ଗଞ୍ଜେଇ ଜବତ କରି ପୁଲିସ କୁ ହସ୍ତାନ୍ତର କରିଥିବା ଜଣା ପଡିଛି।ମିଳିଥିବା ସୂଚନା ଅନୁଯାୟୀ ମୁକୁନ୍ଦ ପ୍ରାଥମିକ ବିଦ୍ୟାଳୟ ନିକଟରେ ନିଜ ଘରେ ନିଶା ବ୍ୟବସାୟ କରୁଥିବା ସୁଦର୍ଶନ ନାୟକ ଙ୍କ ଘରକୁ ଆରସିଏମଏସ ସାହି ର ଦିଲିପ ମୁଖୀ ନାମକ ଜଣେ ଯୁବକ ଗତକାଲି ନିଶା କିଣିବା ପାଇଁ ଯାଇଥିଲା ।

ଦିଲିପ ସେଠାରୁ ଫେରିବା ପରେ ସୁଦର୍ଶନ ଘରୁ ଏକ ମୋବାଇଲ ଫୋନ ଗାଏବ ହୋଇଯାଇଥିଲା । ଉକ୍ତ ମୋବାଇଲ କୁ ଦିଲିପ ଚୋରି କରି ନେଇଥିବା ସନ୍ଦେହ କରି ସୁଦର୍ଶନ ଆଜି ଦିଲିପ କୁ ନିଜ ଘରକୁ ଡାକିଥିଲା।ଉଭୟ ଙ୍କ ମଧ୍ୟରେ ବଚସା ହେବାପରେ ଉତକ୍ଷିପ୍ତ ହୋଇ ସୁଦର୍ଶନ ଓ ତା ସ୍ତ୍ରୀ ସୁରୁବାଲି ନାୟକ କୈାଣସି ଧାରୁଆ ଅସ୍ତ୍ର ସାହାଯ୍ୟରେ ଦିଲିପ କୁ ଆକ୍ରମଣ କରିଥିଲେ।

ଫଳରେ ଦିଲିପ ରକ୍ତାକ୍ତ ହୋଇ ଚିତ୍କାର କରିବାରୁ ସାହି କିଛି ଯୁବକ ସେଠାକୁ ଯାଇ ଦିଲିପ କୁ ଉଦ୍ଧାର କରିବା ସହ ଚିକିତ୍ସା ନିମନ୍ତେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣୀଥିଲେ।ଏ ଖବର ପ୍ରସାରୀତ ହେବା ପରେ ଆରସିଏମଏସ ସାହି ର ଶତାଧିକ ପୁରୁଷ ଓ ମହିଳା ଏକତ୍ରୀତ ହୋଇ ସୁଦର୍ଶନ ଙ୍କ ଘରକୁ ପଶି ବ୍ୟାପକ ଭଙ୍ଗାରୁଜ୍ଜା କରିବା ସହ ଏକ ପ୍ଲାଷ୍ଟିକ ବ୍ୟାଗରେ ଥିବା ବହୁ ପରିମାଣର ଗଞ୍ଜେଇ ଜବତ କରି ପୁଲିସ କୁ ସୂଚନା ଦେଇଥିଲେ।ସୂଚନା ପାଇ ଦେବଗଡ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ଉତ୍ୟକ୍ତ ସାହି ବାସିନ୍ଦା ଙ୍କ କବଳରୁ ନିଶା ବେପାରୀ ସୁଦର୍ଶନ ଓ ତା ସ୍ତ୍ରୀ ସୁରୁବାଲି କୁ ଉଦ୍ଦାର କରିବା ସହ ସାହି ବାସିନ୍ଦା ଜବତ କରିଥିବା ଗଞ୍ଜେଇକୁ ଜବତ କରି ଥାନା କୁ ଆଣିଥିଲେ।

ଉତ୍ତେଜିତ ସାହି ବାସିନ୍ଦା ମାନେ ପୁଲିସ ର ଗାଡିକୁ ପଶି ନିଶା ବେପାରୀ ଦମ୍ପତି ଙ୍କୁ ଆକ୍ରମଣ କରିବାରେ ପଛାଇ ନଥିଲେ।ସାହି ବାସିନ୍ଦା ଙ୍କ ଆକ୍ରମଣରେ ନିଶା ବେପାରୀ ସୁଦର୍ଶନ ଙ୍କ ଘରେ ଥିବା ୨ଟି ବାଇକ ,ଟିଭି,ଆଜବେଷ୍ଟର୍ସ ଛାତ ସମେତ ବହୁ ସାମଗ୍ରୀ ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା।ପୁଲିସ ଏହି ଘଟଣାରେ ଭିନ୍ନ ଭିନ୍ନ ୨ଟି ମାମଲା ଋୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ସ୍ତାନୀୟ ଅଂଚଳରେ ଉତ୍ତେଜନା ଲାଗି ରହିଛି।ଅନ୍ୟ ପକ୍ଷରେ ଦେବଗଡ ଥାନ ପୁଲିସ ଏହି ଘଟଣାରେ ନିଶା ବେପାରୀ ସୁଦର୍ଶନ ,ତା ସ୍ତ୍ରୀ ସୁରୁବାଲି ଓ ରାଇତାବାହାଲ ପଂଚାୟତ ଛାଞ୍ଚୁଣୀଆ ଗ୍ରାମର ପ୍ରଶନ୍ନ କିସାନ କୁ ଥାନାରେ ଅଟକ ରଖିଥିବା ଜଣା ପଡିଛି।