ଗଞ୍ଜେଇ ସହ କାର ଜବତ : ୩ ଗିରଫ

ଖୋର୍ଦ୍ଧା,ଏନଏନଏସ: ଖୋର୍ଦ୍ଧା ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ହାତରେ ଗଞ୍ଜେଇ ଚାଲାଣକାରୀ ଧରାପଡିଛନ୍ତି । ୧୬ନଂ ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡାରୁ ଆସୁଥିବା ଏକ କାରକୁ ସନ୍ଦେହରେ ଅଟକାଇବାରୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା । ଅବକାରୀ ବିଭାଗ କାରରେ ଥିବା ୩ଜଣଙ୍କୁ ଗିରଫ କରିବା ସହ ୬୧କେଜି ଗଞ୍ଜେଇ ଭର୍ତ୍ତି ବସ୍ତା ଏବଂ ବ୍ୟବହୃତ କାରକୁ ଜବତ କରିଛି ।

ଅଭିଯୁକ୍ତମାନେ ହେଲେ କାର୍ତିକ ବେହେରା,ମହେଶ୍ୱର ନାୟକ ଏବଂ ତୁଷାର ଲେଙ୍କା । ଏମାନେ ବାଲିଗୁଡାରୁ ଜାରକାକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେହିପରି ଆଜି ସକାଳୁ ଅନ୍ୟଏକ ଘଟଣାରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ନିକଟ ଛକରୁ ୩କେଜି ଗଂଜେଇ ସହ ଜଣେ ବ୍ୟକ୍ତିକୁ ଅବକାରୀ ବିଭାଗ ଗିରଫ କରିଥିଲା ।