୫ ଦିନରେ ୮୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

କ.ନୂଆଗାଁ,ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଗଞ୍ଜେଇ ପାଇଁ ଅପରେସନ କ୍ଳିନ୍। ଏଥିପାଇଁ ପ୍ରତ୍ୟେକ ଦିନ କୌଣସି ନା କୌଣସି ଥାନା ପକ୍ଷରୁ ଚଢ଼ଉ ଜାରି ରହିଛି। ଏଭଳିସ୍ଥଳେ ଗତ ୫ ଦିନ ମଧ୍ୟରେ କନ୍ଧମାଳ ଜିଲ୍ଲାର କ.ନୂଆଗାଁ ପୁଲିସ ୮୨ କୋଟି ଟଙ୍କାର ଗଞ୍ଜେଇ ଗଛକାଟି ନଷ୍ଟ କରିଥିବା ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ , ଅବକାରୀ ଓ ପୁଲିସ ବିଭାଗ ମିଳିତ ଭାବେ ଏହି ଅଭିଯାନରେ ସାମିଲ ଥିବାବେଳେ କ.ନୂଆଗାଁ ଥାନାର କୁଡ଼ିତୁଳି ପଞ୍ଚାୟତ ସିକାସାରୁ , ସାରେକେତା ଓ ଡ଼ାକରଗାଁ ଅଞ୍ଚଳରେ ବେଆଇନ ଭାବେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ପ୍ରାୟ ୧୦୦ ଏକର ଜମିରୁ ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଥିଲା। ସେହିପରି କୁଡ଼ିତୁଳି, ଜାମାପଦର ଓ ଜାନାଗୁଲେ ଆଦି ଅଞ୍ଚଳରେ ଲାଗିଥିବା ୧୭୦ ଏକର ଜମିରୁ ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଛି। ସାଇନପଡ଼ା ପଞ୍ଚାୟତ କାଲିଜୋଡ଼ି ଓ ଦାଉଙ୍ଗିଆ ଆଦି ଅଞ୍ଚଳରେ ବେଆଇନ୍ ଭାବେ ଲାଗିଥିବା ୧୭୫ ଏକର ଜମିରୁ ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଛି। ସାଇନପଡ଼ା ପଞ୍ଚାୟତ ମୁଣ୍ଡାଗାଁ ଓ ମାନାକାଡ଼ାସୁଗା ଆଦି ଅଞ୍ଚଳରୁ ୧୮୫ ଏକର ଜମିରୁ ବେଆଇନ ଲାବେ ଲାଗିଥିବା ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଥିବା ବେଳେ ଉକ୍ତ ପଂଚାୟତ ଜାରଙ୍ଗ ଆଦି ଅଞ୍ଚଳରୁ ମଧ୍ୟ ୧୯୦ ଏକର ଜମିରୁ ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଥିବାର ଜଣାଯାଇଛି।