ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ, ଥାନାରେ ଏତଲା

ବଲାଙ୍ଗିର/ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଳକୀ ସଦର ଗ୍ରାମରେ ଆଜି ଜଣେ ଯୁବକଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣରେ ସେହି ଯୁବକ ଗୁରୁତର ହୋଇଥିବା ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଚଳକୀ ଗ୍ରାମର ପୂର୍ଣ୍ଣ ବାଗ (୪୦) ସାପ୍ତାହିକ ବଜାରକୁ ଯାଇଥିବା ବେଳେ ଗ୍ରାମର କାଲୁ ବାଗଙ୍କ ସହିତ ଯୁକ୍ତିତର୍କ ହୋଇଥିଲା।

ପୂର୍ଣ ଘରକୁ ଆସି ଗାଁ ବନ୍ଧକୁ ଗାଧୋଇବା ପାଇଁ ଯାଉଥିବାବେଳେ ଏକ କିରାଣି ଦୋକାନ ପାଖରେ କାଲୁ ବାଗ, ସରୋଜ ବାଗ, କରନ ବାଗ ତାଙ୍କ ସହିତ ଗଣ୍ଡଗୋଳ କରିବା ସହ ଆକ୍ରମଣ କରିଥିଲେ। ସେଠାରେ ତାଙ୍କ ଉପରକୁ ଇଟା ପଥର ମାଡ଼ କରିଥିଲେ। ଏହି ଇଟା ତାଙ୍କ ମୁଣ୍ଡରେ ବାଜି ରକ୍ତସ୍ରାବ ହୋଇଥିବା ବେଳେ ଛାତିରେ ମଧ୍ୟ ଇଟା ବାଜିଥିଲା। ଫଳରେ ସେଠାରେ ସେ ଗୁରୁତର ଆହତ ହୋଇଥିବା ବେଳେ ଲୋକେ ତାଙ୍କୁ ଉଦ୍ଧାର କରି ମୁରିବାହାଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏ ସମ୍ପର୍କରେ ମୁରିବାହାଲ ଥାନାରେ ୧୫୮/୨୦୨୦ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ଥିବା ଏସଆଇ ସଂଯୁକ୍ତ ପ୍ରଧାନ ସୂଚନା ଦେଇଛନ୍ତି।