ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: କରୋନାର ବର୍ତ୍ତମାନ ସ୍ଥିତି ଓ ତୃତୀୟ ଲହରୀର ଆଶଙ୍କାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଗଣେଷ ପୂଜା ପାଇଁ ଗାଇଡଲାଇନ ଜାରି କରିଛନ୍ତି। କରୋନା ଲାଗି ନିରଡ଼ାମ୍ବର ସହକାରେ ପୂଜାକୁ ପାଳିବା ପାଇଁ ମହାରାଷ୍ଟ୍ର ସରକାର ଲୋକଙ୍କୁ ନିବେଦନ କରିଛନ୍ତି। ଏଥିସହିତ ସାର୍ବଜନିକ ଗଣେଶ ମଣ୍ଡଳୀ ପାଇଁ ମୂର୍ତ୍ତିର ଉଚ୍ଚତା ୪ ଫୁଟ ଓ ଘର ପାଇଁ ୨ ଫୁଟ ରଖିବାକୁ ସରକାରଙ୍କ ପକ୍ଷରୁ ଆଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୬,୭୨୭ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୦୧ ଜଣଙ୍କର ମୃତ୍ୟୁ ଘଟିଛି।