ଅଜଣା ଯୁବକଙ୍କୁ ଉଦ୍ଧାର କଲେ ଅଗ୍ନିସମ ବିଭାଗ କର୍ମଚାରୀ

ଜି.ଉଦୟଗିରି,ଏନ୍ଏନ୍ଏସ୍: ବୁଧବାର ସନ୍ଧ୍ୟାରେ ଜି.ଉଦୟଗିରି ଥାନା ବନ୍ଧଛକ ନିକଟରେ ପଡ଼ିଥିବା ଜଣେ ଅଜଣା ଯୁବକୁ ଉଦ୍ଧାର କରିଛି  ଅଗ୍ନିସମ ବିଭାଗ।  ଉଦ୍ଧାର ଯୁବକ ଜଣକ ପ୍ରବଳ  ମଦ୍ୟପାନ କରିଥିବା ଯୋଗୁଁ  ଦୀର୍ଘ ସମୟ ଧରି ସେଠାରେ ପଡ଼ିରହିଥିବା ବେଳେ ଅଞ୍ଚଳବାସୀ ସନ୍ଦେହ କରି ଅଗ୍ନିସମ ବିଭାକୁ ଖବର ଦେଇଥିଲେ। ଅଗ୍ନିସମ ବିଭାଗର ଅଧିକାରୀ ଉବେନ୍ଦ୍ରନାଥ ଦେଙ୍କ ନେତୃତ୍ୱରେ କର୍ମଚାରୀମାନେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ।