ଗଞ୍ଜେଇ ଚାଷକୁ ନଷ୍ଟ କରାଯିବା ବେଳେ ଉତ୍ତେଜନା

ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଖଜୁରୀପଦା ଅଞ୍ଚଳରେ ଶୁକ୍ରବାର ଗଞ୍ଜେଇ ଗଛ ଗୁଡ଼ିକୁ ନଷ୍ଟ କରାଯାଉଥିବାବେଳେ ଏହାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି। ଏ ନେଇ ଉକ୍ତ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ଏ ନେଇ ଅବକାରୀ ଓ ପୁଲିସ କର୍ମଚାରୀଙ୍କ ସହ ଗ୍ରାମବାସୀଙ୍କ ଭିଡାଭିଡି ହୋଇଛି।

ମଦ ଦୋକାନ ବନ୍ଦ ନକରି ଗଞ୍ଜେଇ ଗଛ କାହିଁକି ନଷ୍ଟ କରୁଛ ଏହି ଅଭିଯୋଗ କରି ଲୋକେ ଉତ୍ତ୍ୟକ୍ତ ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବଡ଼ଗଡ଼ ଥାନା ଖଜୁରୀପଦା ଅଞ୍ଚଳରେ ଏହି ଗଞ୍ଜେଇ ଚାଷ ହୋଇଥିଲା। ପ୍ରାୟ ୪୦ ଏକର ଜମିରେ ହୋଇଥିବା ଉକ୍ତ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରାଯିବାରୁ ଉତ୍ତେଜନା ସୃଷ୍ଟି ହୋଇଥଲା।

ଉତ୍ତେଜନା କାରଣରୁ ଘଟଣାସ୍ଥଳରେ ଆସିକା ଏସଡ଼ିପିଓ, ଗଞ୍ଜାମ ଡ଼ିଏସପି, ୩ ପ୍ଲାଟୁନ ପୁଲିସ ଫୋର୍ସ ସହ ଧରାକୋଟ ତହସିଲଦାର ଏବଂ ଅବକାରୀ ଟିମ ଉପସ୍ଥିତ ରହିଥିବା ଜଣାପଡ଼ିଛି।