ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଂକ୍ରମଣକୁ ରୋକିବାପାଇଁ କର୍ଣ୍ଣାଟକ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ଆସନ୍ତା ଜୁଲାଇ ୫ ତାରିଖଠାରୁ ରାଜ୍ୟରେ ପ୍ରତି ରବିବାର ଲକଡାଉନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ଜୁଲାଇ ୧୦ ତାରିଖଠାରୁ ଅଣଜରୁରୀ ସରକାରୀ ଅଫିସ ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ। ଏହା ବ୍ୟତୀତ ରାତ୍ରିକାଳୀନ କର୍ଫ୍ୟୁକୁ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ, କର୍ଣ୍ଣାଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୨୩ରେ ପହଞ୍ଚିଥିବାବେଳେ ୧୯୧ ଜଣଙ୍କର ମୃତ୍ୟୁ ଘଟିଛି।