କଟକ କ୍ୟାନସର ହସ୍ପିଟାଲରେ ୨ କରୋନା ପଜିଟିଭ

କଟକ,ଏନ୍ଏନ୍ଏସ୍: କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆଜି ଦୁଇଜଣ କରୋନା ପଜିଟିଭ ଟିହ୍ନଟ ହୋଇଛନ୍ତି। ସେହି ଦୁଇଜଣ ନର୍ସ ବୋଲି ଜଣାଯାଇଛି। ପ୍ରକାଶ ଥାଉକି, ଉକ୍ତଦୁଇ କରୋନା ଯୁଦ୍ଧା କିଛିଦିନ ତଳେ ଗଞ୍ଜାମ ଜିଲ୍ଲାରୁ ଆସିଥିବା ଜଣେ ରୋଗୀଙ୍କୁ ଚିକିତ୍ସା କରିଥିଲେ। ପରେ ଉକ୍ତ ରୋଗୀ ଜଣକ କରୋନା ପଜିଟିଭ ଜଣାପଡ଼ିଥିଲା। ଏହାପରେ ୫୨ ଜଣ କର୍ମଚାରୀଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ଯାଇଥିଲା। ଆଜି ନମୁନା ରିପୋର୍ଟ ଆସିବା ପରେ ୫୦ ଜଣ ନେଗେଟିଭ ଓ ୨ ଜଣ ପଜିଟିଭ ଥିବା ଜଣାପଡ଼ିଛି। ପଜିଟିଭ ଜଣାପଡ଼ିବା ପରେ ସମ୍ପୃକ୍ତ ୨ ନର୍ସଙ୍କୁ କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ହସ୍ପିଟାଲର ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।