ଦିଲ୍ଲୀରେ ଜୁଲାଇ ୨୬ରୁ ଖୋଲିବ ସିନେମା ହଲ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଆଜି ନୂଆ ଗାଇଡଲାଇନ ଜାରି କରାଯାଇଛି। ଫଳରେ ଦିଲ୍ଲୀରେ ଜୁଲାଇ ୨୬ରୁ ସିନେମା ହଲ, ଥିଏଟର ଓ ମଲ୍ଟୀପ୍ଲେକ୍ସ ୫୦ ପ୍ରତିଶତ କ୍ଷମତା ସହ ଖୋଲିବ। ମେଟ୍ରୋ ଓ ବସ ମଧ୍ୟ ଶହେ ପ୍ରତିଶତ କ୍ଷମତା ସହ ଚଳାଚଳ କରିବ। ଏଥିସହିତ ଅନ୍ତିମ ସଂସ୍କାର ପାଇଁ ୧୦୦ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି।