ପାଟଣାଗଡ଼ ଉପଖଣ୍ଡୀୟ ସାମ୍ବାଦିକ ସଂଘର ବନ୍ଧୁ ମିଳନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ରେ ଏକମାତ୍ର ସ୍ୱୀକୃତିପ୍ରାପ୍ତ ଉପଖଣ୍ଡୀୟ ସାମ୍ବାଦିକ ସଂଘର ବନ୍ଧୁ ମିଳନ ଉତ୍ସବ କାଂହା ନର୍ସରିରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଉପଖଣ୍ଡର ୩ଟି ବ୍ଲକରୁ ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ । ସଂଘ ପକ୍ଷରୁ ୩ଟି ବ୍ଲକରେ ଥିବା କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସେମିନାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ସଦାଶିବ ସରାଫ, ସଦାନନ୍ଦ ବେହେରା ଓ ସୁବୋଧ ମେହେର ପ୍ରମୁଖ ଆଗାମୀ ଦିନରେ ସଂଘକୁ ଆହୁରି ମଜଭୁତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସଂଘର କୋଷାଧ୍ୟକ୍ଷ ବଂଶୀଧର ସେଠ ଆୟବ୍ୟୟ ହିସାବ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜେଶ ଚାନ୍ଦ ବିଶ୍ୱାସ ପଟ୍ଟନାୟକ, ତାପସ ରଞ୍ଜନ ବେହେରା, ରଞ୍ଜନ ମେହେର, ଲଲିତ ମିଶ୍ର, ଦିଲ୍ଲୀପ ଭୋଇ, ଭୁବନେଶ୍ୱର ବାରିକ, ଗଣେଶ ଦାସ, ମନୋଜ କୁମାର ମିଶ୍ର, ମେଘନାଦ ସାହୁ ଓ ପିଣ୍ଟୁ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂଘର କୋଡ଼ିନେଟର ମୁନା ଚୋପଦାର ଧନ୍ୟବାଦ ଦେଇଥିଲେ ।