ଆଜି ବେଙ୍ଗାଲୁରୁ ଗସ୍ତ କରିବେ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ

ବେଙ୍ଗାଲୁରୁ,ଏଜେନ୍ସି: ୪ ଦିନିଆ ଭାରତ ଗସ୍ତରେ ଅଛନ୍ତି ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜିନ ୟାଭେସ ଲେ ଡ୍ରିଆନ। ଆଜି ବୈଷୟିକ ହବରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଦିଗରେ ଜିନ ୟାଭେସ ଲେ ଡ୍ରିଆନ ଆଲୋଚନା କରିବା ନେଇ ବେଙ୍ଗାଲୁରୁ ଗସ୍ତ କରିବେ।

ଏହି ଗସ୍ତରେ ଲେ ଡ୍ରିଆନ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଭାରତର ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ‘ଗଗନ ଯାନ’ରେ ଫ୍ରାନ୍ସର ଅବଦାନ ନେଇ ଘୋଷଣା କରିବେ ବୋଲି ସୂଚନା ମିଳିଛି। ଏହା ସହିତ ଏହି କାର୍ଯ୍ୟକ୍ରମରେ ଲେ ଡ୍ରିଆନ ଇସ୍ରୋ ମୁଖ୍ୟ କେ. ଶିବନ ଓ ହ୍ୟୁମାନ ସ୍ପେଶ ଫ୍ଲାଇଟ ସେଣ୍ଟରର ନିର୍ଦ୍ଦେଶକ ଏସ. ୟୁନିନକ୍ରିଷ୍ଣନ ନୟାରଙ୍ଗ ସହିତ ଆଲୋଚନା କରିବେ। ଦୀର୍ଘ ଦଶନ୍ଧି ଧରି ଫ୍ରାନ୍ସ ଏବଂ ଭାରତ ଜଳବାୟୁ ଅନୁସନ୍ଧାନ, ଉପଗ୍ରହ ସମେତ ଅନେକ ମିଶନରେ ଲେ ଡ୍ରିଆନ କାର୍ଯ୍ୟ କରିଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସେହିପରି ଭାରତ-ଫ୍ରାନ୍ସର ତୃତୀୟ ମିଳିତ ଉପଗ୍ରହ ତ୍ରିଷ୍ଣା ବିକାଶ ପର୍ଯ୍ୟାୟରେ ରହିଛି। ଥର୍ମାଲ୍ ଇନଫ୍ରାଡ୍ କକ୍ଷପଥ ସର୍ବଭାରତୀୟ ତଥା ନିରନ୍ତର ଭିତ୍ତିରେ ପୃଥିବୀର ତାପମାତ୍ରା ଉପରେ ନଜର ରଖିବାରେ ପ୍ରଥମ ହେବ ବୋଲି ବିବୃତ୍ତିରେ ପ୍ରକାଶିତ ହୋଇଛି। ଏଥିସହିତ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଆଜି ବେଙ୍ଗାଲୁରୁ ଜୀବ ବିଜ୍ଞାନ କ୍ଲଷ୍ଟର ଗସ୍ତ କରିବେ। ଏହା ସହିତ ନ୍ୟାସନାଲ ସେଣ୍ଟର ଫର ବାୟୋଲୋଜିକାଲ ସାଇନ୍ସ, ସେଲ୍ୟୁଲାର ଓ ମଲେକ୍ୟୁଲାର ପ୍ଲାର୍ଟଫର୍ମ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।