ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଶାୟତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

କଟକ,ଏନ୍ଏନ୍ଏସ୍: ଆଜି ବିଶ୍ୱନାଥ ପଶାୟତଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ଅବସରରେ କଟକ ସିଡିଏ ସେକଟର ୮ରେ ଅବସ୍ଥିତ ବିଶ୍ୱନାଥ ପଶାୟତ ପାର୍କରେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି। କଟକ ମହାନଗର ନିଗମର ମାନ୍ୟବର ମେୟର ସୁବାସ ସିଂହଙ୍କ ପୌରୋହିତ୍ୟରେ ଏହି ଉନ୍ମୋଚନ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦାନ କରିଥିଲେ। ଉକ୍ତ ଉନ୍ମୋଚନ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଲୋକ ସେବକ ମଣ୍ଡଳ ସଭାପତି ନିରଞ୍ଜନ ରଥ, ମୁଦ୍ରାକାର ଓ ସମାଜ ପ୍ରକାଶକ ଯୋଗଦାନ କରିଥିଲେ।

ଅନ୍ୟ ଅତିଥିଭାବରେ ଡେପୁଟି ମେୟର ଦମୟନ୍ତୀ ମାଝୀ, କର୍ପୋରେଟର ପ୍ରିୟମ୍ବଦା ମହାନ୍ତି, ଡ଼ ସତ୍ୟ ରାୟ, ରଞ୍ଜନ ବିଶ୍ୱାଳ, ଧର୍ମେଶ ନାୟକ, କର୍ପୋରେଟର ରିତାଞ୍ଜଳୀ ବେହେରା, କିରସା ନୁର, ପ୍ରକାଶ ସିଂହ, ଶଶିଭୂଷଣ ଦାସ, ସୁନୀଲ ସାମଲ, ରାଜୀବ ମହାନ୍ତି, ଜ୍ଞାନେଦ୍ର ଗିରି ଗୋସ୍ୱାମୀ, ସନ୍ତୋଷ ମହାପାତ୍ର, ଆଂଶୁ ତ୍ରିପାଠୀ, ରବି ରଥ ପ୍ରମୁଖ ଯୋଗଦାନ କରିଥିଲେ।