କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକ୍ର ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ଦୁଲାରପୁର ଦଳିତ ବସ୍ତିର ଶାରଳା ମଣ୍ଡପ ଠାରେ ଏସ୍ ଉଇ କ୍ୟାନ୍ ସାମାଜିକ ସେବା ସଂସ୍ଥା ଗୋପାଳପୁର ତରଫରୁ ଶାରିରୀକ ଦୁର୍ବଳ ଥିବା ବୃଦ୍ଧ ବୃଦ୍ଧାମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନ ସମ୍ପାଦକ ସୁବାସ ଚନ୍ଦ୍ର ମହାନ୍ତି, ଅଶୋକ କୁମାର ନାଥଶର୍ମା, ଜଗବନ୍ଧୁ ଗୋଚ୍ଛାୟତ, ମାନସ କୁମାର ନାଥଶର୍ମା ଓ ସଂଗଠନର ସଦସ୍ୟମାନେ ଯୋଗଦେଇ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏସ୍ ଉଇ କ୍ୟାନ୍ର ଏହିଭଳି ଜନହିତକର କାର୍ଯ୍ୟକ୍ରମ କରାଯିବାରେ ସଂଗଠନର ଅଧ୍ୟକ୍ଷ ସତ୍ୟଜିତ୍ ବିଶ୍ୱାଳଙ୍କ ଉଦ୍ୟମ ଫଳରେ ସଫଳ ହୋଇଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବ ମାହାଙ୍ଗା ଅଂଚଳରେ ଏସ୍ ଉଇ କ୍ୟାନ ସଂଗଠନ ବିଭିନ୍ନ ସମୟରେ ଜନହିତକର କାର୍ଯ୍ୟକ୍ରମ ହାତକୁ ନେଇ ଲୋକଙ୍କ ସେବା କରୁଥିବା ଦେଖିବାକୁ ମଳିଛି।