Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦେବୋତର ମୁକ୍ତ ହେଲା ପୁରୀ ଶଙ୍କରଚାର୍ଯ୍ୟ ମଠ : ବିଧାନସଭାରେ ବିଲ୍ ପାରିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦେବୋତର ମୁକ୍ତ ହେଲା ପୁରୀ ଶଙ୍କରଚାର୍ଯ୍ୟ ମଠ : ବିଧାନସଭାରେ ବିଲ୍ ପାରିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ଦେବୋତର କମିଶନର କାଲିଠାରୁ ପୁରୀ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠକୁ ବାଦ୍ ଦେବା ପାଇଁ ଅଣାଯାଇଥିବା ବିଲ୍ ପାରିତ ହୋଇଯାଇଛି । ଗତକାଲି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ବିଲ୍ ଆଗତ କରିଥିଲେ । ଆଜି ଏହା ଉପରେ ଆଲୋଚନା କରାଯାଇଥିଲା । ମୁଖ୍ୟ ବିରୋଧି ବିଜେପିର ଅନୁପସ୍ଥିତିରେ ଏହି ବିଲ୍ ଆଲୋଚନା ଏବଂ ପାରିତ ହେବା ଏକ ନୂଆ ଘଟଣା ଦେଖିବାକୁ ମିଳିଥିଲା । କଂଗ୍ରେସ ଏବଂ ଶାସକ ଦଳର ସଭ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବିଲ୍ ଏକ ଅର୍ଥ ବିଲ୍ ହୋଇଥିବାରୁ ରାଜ୍ୟପାଳଙ୍କର ଅନୁମୋଦନ ଆବଶ୍ୟକତା ରହିଛି ବୋଲି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଯୁକ୍ତି ବାଢ଼ିଥିଲେ ।

ଏହା ବ୍ୟତୀତ ଆୟର ୫ ପ୍ରତିଶତ ଏହା ନ ହେଲେ ଆଲୋଚନା ହୋଇପାରିବ ନାହିଁ । ସେ କହିଥିଲେ ଯେ, ମଠ ମନ୍ଦିର ଗୁଡ଼ିକ ସରକାରଙ୍କୁ ତାଙ୍କର ହିସବା ଏବଂ ୫ ପ୍ରତିଶତ ଆୟ ଦେବା କଥା । ମାତ୍ର ସେ କାର୍ୟ୍ୟ କରୁନାହାନ୍ତି । ସେହିପରି ଶଙ୍କରାଚାର୍ୟ୍ୟ ମଧ୍ୟ ଆଇନ ଅନୁସାରେ କାମ କରୁନାହାନ୍ତି ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ଆଇନ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ, ଏହା ଅର୍ଥ ବିଲ୍ ନୁହେଁ, ରାଜ୍ୟପାଳଙ୍କ ଅନୁମୋଦନ ନେବା ଆବଶ୍ୟକତା ନାହିଁ । ଆଲୋନାରେ ଅଂଶ ଗ୍ରହଣ କରିଥିବା ଅମର ପ୍ରସାଦ ଶତପଥି, ପ୍ରଫୁଲ୍ଲ ସାମଲ କହିଥିଲେ ଯେ, ଏହା ଏକ ସମୟୋପଯୋଗୀ ବିଲ୍ ।

ଶଙ୍କରାଚାର୍ୟ୍ୟଙ୍କର ପୀଠ ହିନ୍ଦୁ ଧର୍ମ ସଂସ୍କୃତିରେ ତାର ସ୍ୱତନ୍ତ୍ରତା ରହିଛି । ଆଦି ଶଙ୍କରାଚାର୍ଯ୍ୟ ପୁରୀ ଗୋବର୍ଦ୍ଧନ ପୀଠ ସମେତ ୪ଟି ମଠ ଭାରତ ବର୍ଷରେ ପ୍ରତିଷ୍ଠା କରିଥିଲେ । ଅନ୍ୟ ରାଜ୍ୟରେ ଥିବା ୩ଟି ମଠ ଦେବୋତର ମୁକ୍ତ ରହିଛି ବୋଲି କହିଥିଲେ । ଓଡ଼ିଶାରେ ଶଙ୍କରାଚାର୍ୟ୍ୟଙ୍କ ମଠକୁ ଦେବୋତରରୁ ମୁକ୍ତ ରଖିବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଥିଲେ । ଆଲୋଚନାର ଉତର ଦେଇ ଆଇନ ମନ୍ତ୍ରୀ କହିଥିଲେ ଯେ, ଦେବୋତର କମିଶନ ତାଲିକାରେ ରାଜ୍ୟରେ ୧୮ ହଜାର ମଠ ଓ ମନ୍ଦିର ରହିଛି । ହିନ୍ଦୁ ଧର୍ମରେ ଜଗତଗୁରୁ ଶଙ୍କରାଚାର୍ୟ୍ୟ ପୁରୀସ୍ଥିତ ଗୋବର୍ଦ୍ଧନ ମଠର ମୁଖୃ ଅଟନ୍ତି ।

ରାଜ୍ୟର ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ମଧ୍ୟରେ ତାଙ୍କର ଏକ ସ୍ୱତନ୍ତ୍ର ଅନ୍ୟାନ୍ୟ ସ୍ଥାନ ରହିଛି । ବିଶ୍ୱାସ କରାଯାଏ ଯେ, ଆଦି ଶଙ୍କରାଚାର୍ୟ୍ୟ ପୁରୀ ଗୋବର୍ଦ୍ଧନ ମଠ ସମେତ କର୍ଣ୍ଣାଟକ ରାଜ୍ୟର ସିଂଗେରୀ ଠାରେ ଶାରଦା ମଠ, ଗୁଜୁରାଟ ରାଜ୍ୟର ଦ୍ୱାରକାଠାରେ ଦ୍ୱାରକା ମଠ ଏବଂ ଉତରାଖଣ୍ଡ ରାଜ୍ୟର ଯୋଶୀ ମଠ ଠାରେ ଯୋଶୀ ମଠ ସହିତ ଏହି ମଠଟି ପ୍ରତିଷ୍ଠା କରିଥିବା ବିଶ୍ୱାସ ରହିଛି । ସେ ୪ ଗୋଟି ମଠର ମୁଖ୍ୟ ଭାବେ ଜଣେ ଲେଖାଏଁ ଶଙ୍କରାଚାର୍ଯ୍ୟ ଅଧିଷ୍ଠିତ ଯେଉଁମାନେ କି ପାରମ୍ପରିକ ସନାତନ ଧର୍ମର ଧାର୍ମିକ ମୁଖ୍ୟ ଓ ଆଧ୍ୟାତ୍ମିକ କେନ୍ଦ୍ରବିନ୍ଦୁ ରୂପେ ବିବେଚିତ ହୁଅନ୍ତି ।

ଗୋବର୍ଦ୍ଧନ ମଠର ଧାର୍ମିକ ଅଗ୍ରଗଣ୍ୟତା ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ହିନ୍ଦୁ ଦେବୋତର ଅଧିନିୟମ ୧୯୫୧ର ପରିସରରୁ ବାଦ୍ ଦେବା ପାଇଁ ବିଭିନ୍ନ ମହଲରୁ ଅନୁରୋଧ ଆସିଥିଲା । ଏପରିକି ଗୋବର୍ଦ୍ଧନ ମଠ ପକ୍ଷରୁ ମଧ୍ୟ ଏହି ଅନୁରୋଧ ମଧ୍ୟ କରାଯାଇଥିଲା । ଯୋଶୀ ମଠ, ଦ୍ୱାରକା ମଠ ଓ ସିଂଗେରୀ ମଠକୁ ସମ୍ପୃକ୍ତ ରାଜ୍ୟର ଦେବୋତର ଅଧିନିୟମ ପରିସରରୁ ବାଦ ଦିଆଯାଇ ସେଗୁଡ଼ିକର ପରିଚାଳନା ଭାର ସମ୍ପୃକ୍ତ ମଠର ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ କରାଯାଇଛି । ଓଡ଼ିଶାରେ ଗୋବର୍ଦ୍ଧନ ପୀଠରେ ମଧ୍ୟ ସେହି ଢ଼ାଂଚାରେ କରାଯିବା ପାଇଁ ବିଲ୍ରେ ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ କହିଥିଲେ । ମନ୍ତ୍ରୀଙ୍କ ଉତର ପରେ ବିଲ୍ ଟି ପାରିତ ହୋଇଥିଲା ।