୩ ସପ୍ତାହରୁ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫ ୩ ସପ୍ତାହ ହେବ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ମୁସାରଫ ଭେଣ୍ଟିଲେଟରରେ ଥିବାବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି । ଆଉ ତାଙ୍କ ଶରୀରର କିଛି ଅଙ୍ଗ ଅଚଳ ହୋଇଯାଇଥିବାରୁ ଦେହ ଭଲ ହେବାର ସମ୍ଭାବନା ମଧ୍ୟ ଖୁବ୍ କମ୍ ରହିଛି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ମୁସାରଫଙ୍କ ନିକଟତମ ସହଯୋଗୀ ତଥା ପୂର୍ବତନ ସୂଚନା ମନ୍ତ୍ରୀ ଫବାଦ ଚୌଧୁରୀ କହିଛନ୍ତି ଯେ, ମୁସାରଫ ୟୁଏଇର ଏକ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ।

ସୂଚନାଯୋଗ୍ୟ, ଜେନେରାଲ ପରଭେଜ ମୁସାରଫ ୧୯୯୯ରୁ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନର ଶାସନ ଭାର ସମ୍ଭାଳି ଥିଲେ । ଇମ୍ରାନ ଖାନଙ୍କ ସରକାରରେ ସୂଚନା ମନ୍ତ୍ରୀ ଥିବା ଫବାଦ ଚୌଧୁରୀ ଏକଦା ମୁସାରଫଙ୍କ ପ୍ରବକ୍ତା ଥିଲେ । ମୁସାରଫଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋ ଓ ଲାଲ ମସଜିଦର ମୌଲବୀ ହତ୍ୟା ଘଟଣାରେ ପଳାତକ ଘୋଷଣା କରାଯାଇଥିଲା ।