ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ଗତକାଲି ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି ଯକୃତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତକାଲି କଟକ ନେଉଥିବା ସମୟରେ ତାଙ୍କର ଦେହାନ୍ତ ହୋଇଛି। ସେ ଜନତା ଦଳରୁ ୧୯୭୭ରୁ ୧୯୮୦ ଓ ୧୯୯୦ରୁ ୧୯୯୫ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇ ଉପମୁଖ୍ୟ ସଚେତକ ସହ ଏଷ୍ଟିମେଟ କମିଟିର ଅଧ୍ୟକ୍ଷ ରହି ବେଶ ସୁନାମ ଅର୍ଜ୍ଜନ କରିଥିଲେ। ତାଙ୍କର ମୃତ୍ୟୁରେ ପାଟଣାଗଡ଼ରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କର ମୃତ୍ୟୁ ଖବରପାଇ ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂ ଦେଓଙ୍କ ସହ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଗଭୀର ଶୋକ ପ୍ରକାଶ କରି ତାଙ୍କ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି।