କେରଳ ପୂର୍ବତନ ମନ୍ତ୍ରୀ ଆର ବାଲକ୍ରିଷ୍ଣାଙ୍କ ପରଲୋକ

ଥିରୁଅନନ୍ତପୁରମ,ଏଜେନ୍ସି: କେରଳ କଂଗ୍ରେସ (ବି) ସୁପ୍ରିମୋ ତଥା ଭେଟେରାନ କେରଳ ରାଜନେତା ଆର ବାଲକ୍ରିଷ୍ଣା ପିଲ୍ଲାଇଙ୍କ ସୋମବାର ସକାଳେ କୋଟରାକାରାର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ଗତ ଏପ୍ରିଲ ୨୮ ତାରିଖରେ ତାଙ୍କର ଶ୍ୱାସକ୍ରିୟାରେ ଅସୁବିଧା ହେତୁ ସେ କୋଟରାକାରାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ବାଲାକ୍ରିଷ୍ଣା କେରଳ ରାଜନୀତିର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବା ବେଳେ ସେ ୧୯୭୭ରୁ ୨୦୦୬ ପର୍ଯ୍ୟନ୍ତ କ୍ରମାଗତ ଭାବରେ କୋଟରାକାରାର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜିତି ଆସୁଥିଲେ। ସେ କେରଳ କଂଗ୍ରେସ ଦଳର ଅନ୍ୟତମ ବରିଷ୍ଠ ରାଜନେତା ସହିତ ଦଳର ପ୍ରଥମ ସାଧାରଣ ସମ୍ପାଦକ ଥିଲେ। ମନ୍ତ୍ରୀ ଭାବରେ ପିଲ୍ଲାଇ ଏକ୍ସାଇଜ୍, ପରିବହନ ଏବଂ ବିଦ୍ୟୁତ ଭଳି ବିଭିନ୍ନ ବିଭାଗର ମନ୍ତ୍ରୀ ରହିଥିଲେ। ସେ ୧୯୩୫ ମସିହା ମାର୍ଚ୍ଚ ୮ ତାରିଖରେ କୋଟରାକାରାର ଭାଲକମଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପୁଅ କେବି ଗଣେଶ କୁମାର ଜଣେ ଅଭିନେତା ଭାବେ କାର୍ଯ୍ୟ କରିବା ପରେ ରାଜନୀତିରେ ଯୋଗ ଦେଇଥିଲେ। ଗଣେଶ ବର୍ତ୍ତମାନ ପାଥନପୁରମ ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ଦାୟିତ୍ୱ ତୁଲାଉଛନ୍ତି।