ଅଷ୍ଟ୍ରେଲିଆର ପ୍ରଖ୍ୟାତ କ୍ରିକେଟର ଡୀନ୍ ଜୋନ୍ସଙ୍କ ପରଲୋକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପ୍ରଖ୍ୟାତ କ୍ରିକେଟର ତଥା କମେଣ୍ଟେଟର ଡୀନ୍ ଜୋନ୍ସଙ୍କ ପରଲୋକ। ନିଜ ସମୟର ଷ୍ଟାଇଲିଶ କ୍ରିକେଟର ଥିବା ଜୋନ୍ସଙ୍କ ନିଧନ ମୁମ୍ବାଇରେ ହୃଦଘାତ ଯୋଗୁ ହୋଇଛି। ଜୋନ୍ସ ଆଇପିଏଲ କମେଣ୍ଟ୍ରି ଟିମରେ ସାମିଲ ଥିଲେ।

ସୂଚନାଯୋଗ୍ୟ, ଜୋନ୍ସ ୧୯୮୪ରୁ ୧୯୯୪ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଟିମରେ ସାମିଲ ଥିଲେ। ସେ ଅଷ୍ଟ୍ରେଲିଆ ତରଫରୁ ୫୨ଟି ଟେଷ୍ଟ ଓ ୧୬୫ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି।