ଗ୍ରାହକ ସାଜି ବାଘଛାଲ ରାକେଟକୁ ଧରିଲେ ବନ କର୍ମଚାରୀ

ଦେବଗଡ,ଏନ୍ଏନ୍ଏସ୍: ଦେବଗଡ ବନ ବିଭାଗର କର୍ମଚାରୀ ନିଜେ ଗ୍ରାହକ ସାଜି ଏକ ବାଘଛାଲ ଚୋର ଦଳକୁ କାବୁ କରିବାରେ ସଫଳ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏକ ବାଘଛାଲ ଚୋର ଦଳ ଦେବଗଡ ଜିଲ୍ଲାରେ ସକ୍ରିୟ ଥିବା ଖବର ଦେବଗଡ ବନଖଣ୍ଡ ଅଧିକାରୀ ଜାଣିବାକୁ ପାଇଥିଲେ।

ଏନେଇ ଏକ ଯୋଜନା କରି ଡେପୁଟି ରେଞ୍ଜରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା। ବାଘଛାଲ ରଖିଥିବା ଦଲାଲ ପାଖକୁ ଗ୍ରହକ ସାଜି ସେମାନଙ୍କ ସହ ମୂଲଚାଲ କରିଥିଲେ। ଯୋଜନା ଅନୁସାରେ କଂସର ଅଞ୍ଚଳକୁ ଚୋର ଦଳ ଯାଉଥିବା ଯାଉଥିବାବେଳେ ଚଟିବରଘାଟ ଛାରେ ପୂର୍ବରୁ ଜଗି ରହିଥିବା ବିଭାଗର କର୍ମଚାରୀମାନେ ବୋଲେରୋ ଅଟକାଇ ଗାଡିରେ ଥିବା ସମସ୍ତ ଚାଲାଣକାରୀ ଓ ଅନ୍ୟ ଏକ ବାଇକରେ ଥିବା ବେପାରୀକୁ ଗିରଫ କରିଥିଲେ।

ଏହି ଚାଲାଣ ଘଟଣାରେ ଦେବଗଡ ଜିଲ୍ଲାର ଡ୍ରାଇଭର ସମେତ ୫ ଜଣ ସାମିଲ ଥିବାବେଳେ ସୁନ୍ଦରଗଡ ଜିଲ୍ଲାର ଜଣେ ଥିବା ଜମାପଡିଛି। ଏହି ବାଘଛାଲ ସମ୍ବଲପୁର ଅଞ୍ଚଳକୁ ଚାଲାଣ ହେବାର ଥିଲା ବୋଲି ଜଣାପଡିଛି।

ଏ ସମ୍ପର୍କରେ ବନଖଣ୍ଡ ଅଧକାରିଣୀ କ୍ଷମା ଷଡଙ୍ଗୀ କହିବାନୁସାରେ ବାଘଛାଲଟିର ଲମ୍ବ ୧.୫ ମିଟର ଥିବାବେଳେ ଗୁଳିକରି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ରାକେଟର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି ବୋଲି ସେ କହିଛନ୍ତି।