ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବଡ଼ ଧନୁର୍ୟ୍ୟୟପୁର ଗ୍ରାମର ବିଲ ଭିତରେ ଥିବା ପରିତ୍ୟକ୍ତ କୂଅ ଭିତରୁ ବନ ବିଭାଗ ଏକ କୁଟୁରାକୁ ଉଦ୍ଧାର କରିଛି। ମିଳିଥିବା ରିପୋର୍ଟ ମୁତାବିକ, ଜଙ୍ଗଲ ଗୁଡ଼ିକରେ ନିଆଁ ଲାଗିଥିବାରୁ ଖାଦ୍ୟ ଅନ୍ୱେଷଣରେ କୁଟୁରାଟି ଗାଁ ଆଡ଼କୁ ଚାଲି ଆସିଥିଲା। କୂଅ ଭିତରେ କୁଟୁରା ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି କୂଅ ଭିତରୁ କୁଟୁରାକୁ ଉଦ୍ଧାର କରିଛି। କୁଟୁରାର ଗୋଡ଼ରେ କ୍ଷତ ହୋଇଥିବାବେଳେ ଚିକିତ୍ସା ପରେ କୁଟୁରାଟିକୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାୟକ ସୂଚନା ଦେଇଛନ୍ତି।