ନାବାଳିକାକୁ ନେଇ ପଳାଇଥିବା ଘଟଣା, ଜେଲ ଗଲା ଯୁବକ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ମାଘୁମୁଣ୍ଡା ଗ୍ରାମର ଜଣେ ନାବାଳିକାକୁ ନେଇ ଚାଲିଯାଇଥିବା ଯୁବକକୁ ପୁଲିସ ଗିରଫ ଜେଲକୁ ପଠାଇଛି। ସେ ହେଲା ଉକ୍ତ ଗ୍ରାମର ରାଜା ମୁଣ୍ଡା(୧୯)। ଗତ ଜୁଲାଇ ୭ ତାରିଖ ଦିନ ଯୁବକ ଜଣଙ୍କ ନାବାଳକକୁ ନେଇ କେଉଁ ଆଡେ ଚାଲିଯାଇଥିଲା। ପରିବାର ଲୋକେ ଚାରିଆେଡ ଖୋଜା ଖୋଜି କରି ନପାଇବାରୁ ତା ପର ଦିନ ପରିବାର ଲୋକ ରିଆମାଳ ଥାନାକୁ ଆସି ଏକ ଲିଖିତ ଅଭିଯୋଗ କରିଥିଲେ।

ଲିଖିତ ଅଭିଯୋଗରେ ରିଆମାଳ ଥାନା ପୁଲିସ ଏକ ମୋକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ରିଆମାଳ ଥାନା ପୁଲିସ ତ୍ବରିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଏକଜୁଟ କରି ରାଜା ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ଘଟଣାର ଅଧିକ ତଦନ୍ତ ଜାରି ରଖାଯାଇଛି।