ଦେଓଗାଁ,ଏନ୍ଏନ୍ଏସ୍: ଗତ ୪ ଦିନ ଧରି ଦେଓଗାଁ ବ୍ଲକର ବଡବନ୍ଧ ସ୍ଥିତ ପୂର୍ଣ୍ଣ ଚନ୍ଦ୍ର ହାଇସ୍କୁଲର ଖେଳ ପଡ଼ିଆରେ ସିଲେଟକାନି ଗାଁ’ର ରୟାଲ ଷ୍ଟାର ଫୁଟବଲ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୧୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ସମରା ଓ ନାଇକେନଶିରା ମଧ୍ୟରେ ଅନୁଷ୍ଠିତ ହୋଇଥିବା ଫାଇନାଲ ଖେଳରେ ଉଭୟ ଗୋଟିଏ ଗୋଟିଏ ଗୋଲ ସୀମିତ ରହିଥିବାରୁ ଟ୍ରାଇବ୍ରେକର ସାହାଯ୍ୟ ନିଆଯାଇଥିଲା। ଏଥିରେ ନାଇକେନଶିରା ଦଳ ୫/୪ ଗୋଲର ଚମ୍ପିୟନ ହୋଇଛି।
ଉଦଯାପିତ ଦିନରେ ୧୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ସୁଶୀଳ ଚାନ୍ଦ, ଦେଓଗାଁ ବ୍ଳକର ପୂର୍ବ ଅଧ୍ୟକ୍ଷ ଲକ୍ଷଣ ମେହର ଅତିôଥ ଭାବେ ଯୋଗଦେଇ ବିଜୟୀ ଦଳକୁ ପୁରସ୍କାର ବଣ୍ଟନ କରିଥିବା ବେଳେ ସମ୍ମାନିତ ଅତିôଥ ଭାବରେ ବଡବନ୍ଧ ସରପଞ୍ଚ ଧୁବଳେଶ୍ୱର ରାଉତ, ଧଣ୍ଡାମାଲ ସରପଞ୍ଚ ଦୟାନିଧି ଖମାରୀ, ଶଶୀ ଭୂଷଣ ସାହୁ, ଯୁବ ନେତା ଶୈଳେନ୍ଦ୍ର ସାହୁ, ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ, ଚୈତନ୍ୟ ପଟେଲ ଯୋଗଦେଇଥିଲେ। ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ସ୍କୋର ଭାବେ ସୁଶାନ୍ତ ଭୋଇ(ସମରା), ଶ୍ରେଷ୍ଠ ଗୋଲ କିପର ସଞ୍ଜନ୍ କୁଦେଇ (ନାଇକେନଶିରା) ଫାଇନାଲ ଖେଳର ଶ୍ରେଷ୍ଠ ଖେଳାଳି ଭାବେ ଅଜିତ ଭୋଇ (ସମରା) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଜିତୁ ମେହେର (ନାଇକେନଶିରା)ଙ୍କୁ ସମ୍ମାନିତ ଅତିଥି ମାନେ ପୁରସ୍କୃତ କରିଥିଲେ।