ଭନ୍ଦ୍ରା ସ୍କୁଲରେ ଏଫ୍‌ଏଲ୍‌ଏନ୍‌ ତାଲିମ ଶିବିର ଅନୁଷ୍ଠିତ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ଭନ୍ଦ୍ରା ନୂଆବସ୍ତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସିଆରସିସି ମନୋଜ କୁମାର ସାହୁଙ୍କ ଆହ୍ଵାନ କ୍ରମରେ ଏଫ୍‌ଏଲ୍‌ଏନ୍‌ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ତାଲିମ ଶିବିରକୁ ନେଇ ଅତିଥି ମାନେ ମତବ୍ୟକ୍ତ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ଯାନୀ, ନାଏବ ସରପଞ୍ଚ ଫୁଳନା ରଣା, ମମତା ପଧାନ, ଶିକ୍ଷକ ପ୍ରକାଶ ଭୋଇ, ସୁଦାମ ଚରଣ ସ୍ୱାଇଁ, କୃପାନିଧି ମିଶ୍ର, ଅତୁଲ୍ୟା ମିଶ୍ର, ସସ୍ମିତା ଭୋଇ, ସୁନୀତି ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।