ବହୁ ପ୍ରତୀକ୍ଷିତ ଫ୍ଲାଏଓଭର ହେଲା ଉଦଘାଟିତ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ବହୁ ପ୍ରତୀକ୍ଷିତ ଫ୍ଲାଏଓଭର ଆଜି ଉଦଘାଟନ ହୋଇଛି । ବହୁ ବାଦ ବିବାଦ ପରେ ଆଜି ରାଜ୍ୟ ସରକାରଙ୍କ ପୁତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିରୋଧି ଦଳ ନେତା ଜୟନାତାୟଣ ମିଶ୍ର ଉଦଘାଟନ କରିଛନ୍ତି । ସାଂସଦ ନିତିଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ନାଉରି ନାୟକ, ଆରଡିସି ଡ. ସୁରେଶ ଚନ୍ଦ୍ର ଦଲେଇ, ଜିଲ୍ଲାପାଳ ଅନନ୍ୟା ଦାସ, ଏସପି ବାଟୁଲା ଗଙ୍ଗାଧର ପ୍ରମୁଖ ଉପସ୍ଥିତ । ସହର କଚେରୀ ଛକ ରୁ ଧୁଚୁରାପଡା ଛକ ପର୍ଯ୍ୟନ୍ତ ୧୮୮୦ ମିଟର ଲମ୍ବର ଥିବା ବେଳେ ୧୧୯.୪୧ କୋଟି ଟଙ୍କାରେ ନିମିତ ହୋଇଛି ।

୨୦୧୬ ଫେବୃଆରୀ ରୁ ଫ୍ଲାଏଓଭର ନିର୍ମାଣ ଆରମ୍ଭ କରିଥିବା ବେଳେ ୨୦୧୭ ମେ ସୁଦ୍ଧା ଶେଷ ହେବାର ଥିଲା । ପରେ ୨୦୧୮ ଜୁନ ଶେଷ ସୁଦ୍ଧା ପରିଦ୍ଧିତ ହୋଇଥିଲା । ତେବେ ନିର୍ମାଣ କାମ ବିଲମ୍ବ ହେବାରୁ ବର୍ଷକ ତଲେ ଫ୍ଲାଏଓଭର କାର୍ଯ୍ୟ ସମ୍ପୁର୍ଣ୍ଣ କରି ନିର୍ମାଣକାରୀ ସଂସ୍ଥା ପୁତ୍ତ ବିଭାଗକୁ ହସ୍ତାନ୍ତର କରିଥିଲା । ଏହା ପରେ ସର୍ଭିଷ ରୋଡ, ଜଳନିଷ୍କାସନ ବ୍ୟବସ୍ଥା, ସ୍ଲାପ ମାନଙ୍କରେ ବଡ ବଡ ଗ୍ୟାପ ଥାଇ ମଧ୍ୟ ତାକୁ ଅଣଦେଖା କରି ତରବରିଆ ଭାବେ ଉଦଘାଟନ କରାଯାଇଛି ।