ନୂଆଦିଲ୍ଲୀ: ଭାରତର ମହାନ ଧାବକ ମିଲଖା ସିଂହ କରୋନାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। କରୋନାରେ ସଂକ୍ରମିତ ହେବା ପରେ ମିଲଖା ସିଂହ ଜୁନ୍ ୩ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ଅକ୍ସିଜେନ ସ୍ତର କମିବା ଯୋଗୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ୧୯୫୮ରେ ରାଷ୍ଟ୍ରମଣ୍ଡଳ ଖେଳରେ ଚାମ୍ପିୟନ ରହିଥିବା ମିଲଖା ସିଂହ ‘ଫ୍ଲାଇଙ୍ଗ ଜଟ୍’ ନାମରେ ବେଶ୍ ପରିଚିତ। ପତ୍ନୀ ନିର୍ମଲ ମିଲଖା ସିଂହଙ୍କ ମୃତ୍ୟୁର ୫ ଦିନ ପରେ ତାଙ୍କର ନିଧନ ହୋଇଛି। ମିଲଖା ସିଂହଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।