ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ବାୟୁସେନାର ରାଫେଲ ସ୍କ୍ୱାର୍ଡନରେ ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ୍ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂ। ମହିଳା ଯୁଦ୍ଧ ବିମାନ ପାଇଲଟ୍ଙ୍କ ଦ୍ୱିତୀୟ ବ୍ୟାଚର ଅଂଶ ଭାବରେ ୨୦୧୭ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ ଶିବାଙ୍ଗୀ ସିଂ। ତାଙ୍କ ଜନ୍ମ ବାରାଣାସୀରେ। ଏବେ ସେ ରାଫେଲ ସ୍କ୍ୱାର୍ଡନରେ ସାମିଲ ହେବା ପାଇଁ ତାଲିମ ନେଉଛନ୍ତି।
ଖୁବ୍ ଶୀଘ୍ର ସେ ଅମ୍ବାଲାରେ ଥିବା ୧୭ ସ୍କ୍ୱାଡ୍ରନ, ଗୋଲ୍ଡେନ ଆରୋଜର ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସାମିଲ ହେବେ। କିଛି ଦିନ ତଳେ ୧୦ ଜଣ ମହିଳା ପାଇଲଟ୍ଙ୍କୁ ରାଫେଲ ସ୍କ୍ୱାର୍ଡନରେ ସାମିଲ କରିବା ପାଇଁ ତାଲିମ ଦିଆଯାଉଥିବା ଖବର ସାମ୍ନାକୁ ଆସିଥିଲା। ଏହା ସହ ସେମାନଙ୍କ ମଧ୍ୟରୁ ଜଣେ ମହିଳା ପାଇଲଟ୍ ରାଫେଲ ସ୍କ୍ୱାର୍ଡନରେ ସାମିଲ ହେବେ ବୋଲି ଖବର ମିଳିଥିବା ବେଳେ ଏବେ ଶିବାଙ୍ଗୀ ସିଂଙ୍କୁ ରାଫେଲ ସ୍କ୍ୱାର୍ଡନରେ ସାମିଲ କରାଯିବ ବୋଲି ଜଣାପଡିଛି। ୨୦୧୭ରେ ସେ କାର୍ଯ୍ୟ ଆରମ୍ଭ କରିବା ପରଠାରୁ ମିଗ୍-୨୧ ବାଇସନ୍ ଉଡ଼ାଣ କରୁଛନ୍ତି।
ବାରାଣସୀରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ ସମ୍ମାନଜନକ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ନ୍ୟାସନାଲ କ୍ୟାଡେଟ୍ କୋର୍ରେ ୭ଟି ୟୁପି ଏୟାର ସ୍କ୍ୱାର୍ଡନରେ ସାମିଲ ହୋଇଥିଲେ। ସେ ୨୦୧୬ରେ ତାଲିମ ପାଇଁ ବାୟୁସେନା ଏକାଡେମୀକୁ ଯାଇଥିଲେ। ଏହା ପରେ ୨୦୧୭ରେ ସେ ବାୟୁସେନାରେ ଯୋଗ ଦେଇଥିଲେ।