ବିରାଶାଳ ଏୟାରଷ୍ଟ୍ରିପରେ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା: ୨ ମୃତ

ଢେଙ୍କାନାଳ,ଏନ୍ଏନ୍ଏସ୍: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ବିରାଶାଳ ଏୟାରଷ୍ଟ୍ରିପରେ ତାଲିମ ଚାଲିଥିବାବେଳେ ବିମାନ ଖସି ଦୁଇଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ପାଇଲଟଙ୍କ ସହ ଜଣେ ଛାତ୍ରୀ ଅଛନ୍ତି। ବିମାନଟି ପ୍ରାୟ ୩- ଫୁଟ ତଳକୁ ଖସିପଡିଥିଲା। ଉଭୟଙ୍କୁ କାମାକ୍ଷାନଗର ମେଡିକାଲ ଅଣାଯାଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।