Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୩୭୦ ଉଚ୍ଛେଦ ପରେ ଜୈଶର ପ୍ରଥମ ଆକ୍ରମଣ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୩୭୦ ଉଚ୍ଛେଦ ପରେ ଜୈଶର ପ୍ରଥମ ଆକ୍ରମଣ

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆତଙ୍କବାଦୀ ହିଂସାର ପ୍ରଥମ ଘଟଣା ସାମ୍ନାକୁ ଆସିଛି। ଜୈଶ ଏ ମହମ୍ମଦର ଆତଙ୍କବାଦୀ ଜାମ୍ମୁକାଶ୍ମୀର ପୁଲୱାମାରେ ୨ଜଣଙ୍କୁ ଅପହରଣ କରି ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ହତ୍ୟା କରିଛନ୍ତି।
ସୋମବାର ପୁଲୱାମା ଜିଲ୍ଲାର ତ୍ରାଲର ବନକ୍ଷେତ୍ରରୁ ରାଜୈାରୀ ଜିଲ୍ଲା ନିବାସୀ ଅବଦୁଲ କଦୀର କୋହଲୀ ଓ ଶ୍ରୀନଗରର ଖୋନମୋହ ନିବାସୀ ମଞ୍ଜୁର ଅହମ୍ମଦଙ୍କୁ କିଛି ବନ୍ଧୁକଧାରୀ ଅପହରଣ କରିନେଇଥିଲେ । ସୋମବାର ରାତି ୭ଟା ୩୦ରେ ଏହି ଘଟଣାଟି ଘଟିଥିବା ଜାମ୍ମୁ ପୁଲିସ ପକ୍ଷରୁ ସୂଚନା ମିଳିବାପରେ ସର୍ଚ୍ଚ ଅପରେସନ କରାଯାଇଥିଲା । ସେହି ସମୟରେ ବନକ୍ଷେତ୍ରରେ କଦୀର କୋହଲୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
ଜାମ୍ମୁକାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉଚ୍ଚସ୍ଥରୀୟ ବୈଠକ ଡାକିଛନ୍ତି। ଧାରା ୩୭୦ ଉଚ୍ଛେଦ କାରଣରୁ ୨୨ଦିନ ହେବ ଜାମ୍ମୁକାଶ୍ମୀରରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ବଜାର, ସ୍କୁଲ କଲେଜ ଓ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିଥିଲା ।