ନୂଆଦିଲ୍ଲୀ: କରୋନାର ଓମିକ୍ରନ୍ ଭ୍ୟାରିଏଣ୍ଟ ଯୋଗୁ ବ୍ରିଟେନରେ ଜଣଙ୍କର ମୃତ୍ୟୁ ଘଟିଛି। ବିଶ୍ୱରେ ଓମିକ୍ରନ୍ ଭ୍ୟାରିଏଣ୍ଟ ଯୋଗୁ ମୃତ୍ୟୁର ଏହା ହେଉଛି ପ୍ରଥମ ମାମଲା। ଏନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ସୂଚନା ଦେଇଛନ୍ତି। ବ୍ରିଟେନରେ ଲଗାତାର ଭାବେ ଓମିକ୍ରନ୍ ମାମଲା ବଢ଼ୁଥିବାବେଳେ ସଂଖ୍ୟା ୧୫ଶହରେ ପହଂଚିଲାଣି।
ସୂଚନାଯୋଗ୍ୟ, ଓମିକ୍ରନର ବିପଦକୁ ଦୃଷ୍ଟିରେ ରଖି ଇଂଲଣ୍ଡରେ ୩୦ ବର୍ଷରୁ ଉର୍ଦ୍ଧ୍ୱଙ୍କୁ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ଦିଆଯିବ। ସେଥିପାଇଁ ବୁକିଂ ମଧ୍ୟ ଆରମ୍ଭ ହୋଇଗଲାଣି।