ରାଜଗାଙ୍ଗପୁରରେ ଗୁଳିକାଣ୍ଡ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରର କୁମ୍ଭାରପଡାରେ ଆଜି ଗୁଳିକାଣ୍ଡ ଘଟି ଜଣେ ଆହତ ହୋଇଥିବା ଜଣାପଡିଛି । ଆହତଙ୍କ ନାମ ଅର୍ଜୁନ ବଡାଇକ । ସେ କୁମ୍ଭାରପଡା ବାସିନ୍ଦା । ଆଜି ସକାଳେ ତାର ପରିଚିତ ବନ୍ଧୁ ମନୀସ ଦାସ ଓ ରାଜଗାଙ୍ଗପୁର ଥାନା ସହ ବିଭିନ୍ନ କାମରେ ସଂପୃକ୍ତ ଥିବା ଜଣେ ବାବୁ ଆହତ ଅର୍ଜୁନଙ୍କ ପାଖକୁ ଆସିଥିଲେ । ଅର୍ଜୁନ ଘରେ ଥିବା ବେଳେ ଏମାନେ ବାହାରୁଥାଇ ତାକୁ ଡାକିଥିଲେ । ପରେ ୩ ଜଣ ଯାକ କୌଣସି ପୁରୁଣା ହିସାବ କିତାବକୁ ନେଇ କଥା ହେବା ପରେ ଯୁକ୍ତ ତର୍କ ବଢିଥିଲା । ଏହି ସମୟରେ ହଠାତ ମନୀସ ନିଜ ପକେଟରୁ ବନ୍ଧୁକ ବାହାର କରି ଅର୍ଜୁନ ଉପରକୁ ଗୋଟିଏ ରାଉଣ୍ଡ ଗୁଳି କରିଥିଲା । ଫଳରେ ତାର ହାତରେ ଏହି ଗୁଳିବାଜି ଥିଲା । ସେ ଆହତ ହୋଇଥିଲା । ସୌଭାଗ୍ୟ କ୍ରମେ ଅର୍ଜୁନ ସେଠାରୁ ବଂଚିଯାଇ ଡାକ୍ତରଖାନାକୁ ଯାଇଥିବା ବେଳେ ଘଟଣା ସଂପର୍କରେ ଖବର ପାଇ ରାଜଗାଙ୍ଗପୁର ପୁଲିସ ଅଭିଯୁକ୍ତ ମନୀସକୁ ଗିରଫ କରିଛି । ପୋଲିସ ଏନେଇ ଛାନଭିନ୍ ଜାରି ରଖିଛି ।