ବା ବା’ରେ ଅଗ୍ନିଶମ ବିଭାଗ

ରାୟଗଡ଼ା,ଏନ୍ଏନ୍ଏସ୍: ନିଆଁ ଲିଭାଇବାକୁ ଆସି ନିଆଁ ଲିଭାଇନପାରି ଫେରିଗଲା ଅଗ୍ନିଶମ ବିଭାଗ ଗାଡି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରର ପିଟିଲା ସାହିରେ। ମିଳିଥିବା ସୂଚନା ଅନୁସାରେ ଆଜି ସ୍ଥାନୀୟ ପିଟିଲା ସାହିରେ ରହୁଥିବା ଆଦିତ୍ୟ ପଟ୍ଟନାୟକଙ୍କ ଘରେ ସଟସର୍କିଟ ଯୋଗୁଁ ଘରର ବାରଣ୍ଡାରେ ଥିବା ରଦୀ କାଗଜରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଘର ଲୋକଙ୍କୁ ଜଣାଇବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବିଭାଗ ଆସି ପହଞ୍ଚିଥିଲେ, ହେଲେ ନିଆଁ ଲିଭାଇବା ପାଇଁ ମଟରକୁ ଯେତେ ଷ୍ଟାର୍ଟ କଲେ ମଧ୍ୟ ଷ୍ଟାର୍ଟ ହୋଇପାରି ନଥିଲା।

ଏହା ଦେଖି ସ୍ଥାନୀୟ ଲୋକେ ଏବଂ ଘର ଲୋକ ମିଶି ଘରୁ ପାଣି ଆଣି ପକାଇ ନିଆଁ ଲିଭାଇଥିଲେ। ଏଠି ଗୋଟେ ପ୍ରଶ୍ନ ଉଠୁଛି ଯେ, ଯଦି ବଡ ଧରଣର ନିଆଁ ଲାଗିଥାନ୍ତା ତେବେ ପରିସ୍ଥିତି କ’ଣ ହୋଇଥାନ୍ତା। ଏହି ବିଷୟକୁ ନେଇ ଗଣ ପ୍ରତିନିଧିମାନେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ଓଭର ଫ୍ଲୋ ଯୋଗୁଁ ଷ୍ଟାର୍ଟ ହୋଇପାରିଲା ନାହଁ। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।