ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ: ନିଆଁଲିଭା ବେଳେ ଭୁଶୁଡ଼ିଲା କୋଠା

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଓ ମୃତ୍ୟୁ ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ପୀରଗଡ ଠାରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା। ସଂଗେ ସଂଗେ ନିଆଁ ଆୟତ୍ତ କରିବା ଲାଗି ୩୫ଟି ଦମକଳ ନିୟୋଜିତ ହୋଇଥିଲା। କିନ୍ତୁ ନିଆଁ ଏତେ ଭୟଙ୍କର ଥିଲା ଯେ, ଦମକଳବାହିନୀ ନିଆଁ ଲିଭାଉତିବା ସମୟରେ କୋଠାରେ ଭୟଙ୍କର ବିସ୍ଫୋରଣ ହେବାରୁ ତାହା ଭୁଶୁଡି ପଡିଥିଲା। ଏଥିରେ ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଅଗ୍ନିଶମବାହିନୀ ଆହତ ହୋଇଥିବା ଜଣାପଡ଼ିଛି।