୧୩ ବର୍ଷରେ କମିଶନରେଟ ପୁଲିସ; ଏବେ ନୂଆ ନାଁ ‘ପୁଲିସ୍ ସେବା ଭବନ’

ଭୁବନେଶ୍ଵର,ଏନ୍ଏନ୍ଏସ୍: ଭୁବନେଶ୍ଵର-କଟକ କମିଶନରେଟ ପୁଲିସ ୧୩ ବର୍ଷରେ ପାଦ ଥାପିଛି। ୨୦୦୮ରେ ପ୍ରତିଷ୍ଠା ହୋଇଥିବା କମିଶନରେଟ ପୁଲିସକୁ ୧୨ ବର୍ଷ ପୂରିଯାଇଛି। ଏହି ଅବସରରେ ଗୁରୁବାର କମିଶନରେଟ ପୁଲିସର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏଥିପାଇଁ ଭୁବନେଶ୍ଵରସ୍ଥିତ ୭ମ ବାଟାଲିୟନ ପଡ଼ିଆରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଡିଜିପି ଶ୍ରୀ ଅଭୟ ଦ୍ଵେତନଗରୀରେ ମହିଳାଙ୍କ ସୁରକ୍ଷା ପାଇଁ ୩୦୦ ମହିଳାଙ୍କୁ ନେଇ ଏକ ଏସପିଓ ୟୁନିଟର ଶୁଭାରମ୍ଭ କରିଛନ୍ତି।

ଡିଜିପି କହିଛନ୍ତି, ପୁଲିସ କଠିନ ପରିଶ୍ରମ କରୁଛି ଏବଂ ଜନସାଧାରଣଙ୍କୁ ସେବା ଯୋଗାଉଛି। ମହିଳାଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ। ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ଲାଗି ୟୁନିଫାଏଡ କଂଟ୍ରୋଲ ରୁମ୍‌ ପ୍ରତିଷ୍ଠା ହେବ। ପିସିଆର ବ୍ୟବସ୍ଥାକୁ ଆଧୁନିକୀକରଣ କରାଯିବ।