ଯାଜପୁର,ଏନ୍ଏନ୍ଏସ୍: ଚଣ୍ଡିଖୋଲରୁ କଟକ ଅଭିମୁଖେ ଯାଉଥିବା ସୁଜୁକି ବାଲେନୋ କାର ନଂ ଓଡ଼ି-୦୫ଏଏଲ୍-୪୫୧୯ରେ ସଟ୍ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ଟାଙ୍ଗୀ ବଇଁଚୁଆ ଛକ ନିକଟ ରାଜ୍ୟ ରାଜପଥରେ ଘଟିଛି ଏହି ଅଘଟଣ। କେହି ଏହି ଘଟଣାରେ ଆହତ ହୋଇନଥିବା ଜଣାପଡିଛି।
ନିଆଁ ଲାଗିବା ବେଳେ ଗାଡ଼ିରୁ ଯାତ୍ରୀ ଓ ଚାଳକ ବାହାରି ଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ରଥମେ ବନେଟ ନିକଟରୁ ଧୂଆଁ ବାହାରିବା ପରେ ପୁରା ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏହାପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିଲେ। ଏକ ବଡ଼ ଅଘଟଣରୁ ଚାଳକ ଓ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।