ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର ନନ୍ଦୁରବାର ରେଳଷ୍ଟେସନରେ ଗାନ୍ଧିଧାମ ଏକ୍ସପ୍ରେସରେ ଘଟିଛି ଅଗ୍ନିକାଣ୍ଡ। ଦିନ ପ୍ରାୟ ୧୦ଟା ୪୫ ମିନିଟରେ ଏହି ଅଗ୍ନିକାଣ୍ଡ ଘଟିଛି। ଯାତ୍ରୀମାନଙ୍କ ମୃତାହତ ନେଇ କୌଣସି ସୂଚନା ମିଳିନଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।
ଏହି ଟ୍ରେନ ପୁରୀ ଯାଉଥିବା ବେଳେ ଅଗ୍ନିକାଣ୍ଡ ଯୋଗୁଁ ରେଲୱେ ଷ୍ଟେସନରେ ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଛି। ଅଗ୍ନିକାଣ୍ଡ ଘଟିବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ସେପଟେ କିଛି ଯାତ୍ରୀ ଟ୍ରେନରୁ ବାହାରକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା ବୋଲି ସ୍ଥାନୀୟ ପୁଲିସ ସୂଚନା ଦେଇଛି।
ମୁମ୍ବାଇରୁ ଉତ୍ତରପଶ୍ଚିମ ୪୫୦ କିଲୋମିଟର ଦୂର ଗଲା ପରେ ଟ୍ରେନରେ ହଠାତ ନିଆଁ ଲାଗିଯାଇଥିଲା। ଅନ୍ୟପଟେ କୌଣସି ଯାତ୍ରୀଙ୍କ ମୃତାହତ କିମ୍ବା କ୍ଷୟକ୍ଷତିର ଆକଳନ କରାଯାଇନାହିଁ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଉଦ୍ଧାରକାରୀ ଟିମ।