ମୁମ୍ବାଇର ଆସିୟାନା ଟାୱାରରେ ଅଗ୍ନିକାଣ୍ଡ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର ଓସିୱାରା ଅଞ୍ଚଳରେ ଅଗ୍ନିକାଣ୍ଡ। ଆଜି(ଶୁକ୍ରବାର) ଓସିୱାରା ଅଞ୍ଚଳରେ ଥିବା ଆସିୟାନା ଟାୱାରରେ ଅଗ୍ନିକାଣ୍ଡ ଘଟିଛି। ନିଆଁଲିଭା କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ଦମକଳ ଗାଡି ଓ ୮ଟି ପାଣି ଟାଙ୍କି ନିୟୋଜିତ ହୋଇଛନ୍ତି। ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଛି। ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

ସେହିପରି ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ରର ଥାନେ ଅଞ୍ଚଳର ବଦଲାପୁର ଅଞ୍ଚଳରେ ଥିବା ଏକ କେମିକାଲ ଫ୍ୟାକ୍ଟିରରୁ ଟକ୍ସିକ ଗ୍ୟାସ ଲିକ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଫ୍ୟାକ୍ଟିରରେ ସଲଫ୍ୟୁରିକ ଏସିଡ ଓ ବେନଜାଲ ଏସିଡର ରାସାୟନିକ ପ୍ରତିକ୍ରିୟା ଏହି ଗ୍ୟାସ ଲିକର କାରଣ ହୋଇଛି। ଗ୍ୟାସ ଲିକ ହେବାରୁ ସେହି ଅଞ୍ଚଳର ସମସ୍ତ ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିବା ଦେଖିବାକୁ ମିଳିଥିଲା। ଲଗାତାର ରାଜ୍ୟରେ ଏପରି ଅଘଟଣ ହେଉଥିବାରୁ ଲୋକମାନେ ଭୟଭୀତ ହୋଇଯାଇଛନ୍ତି।