ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ: ୫ ଜଣ ମୃତ

ରାୟପୁର,ଏଜେନ୍ସି: ଛତିଶଗଡ଼ର ରାୟପୁରର ପଚପେଡି ଟୋଲ ନିକଟରେ ଥିବା ରାଜଧାନୀ ହସ୍ପିଟାଲରେ ନିଆଁ ଲାଗି ୫ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଏହି ହସ୍ପିଟାଲରେ କରୋନା ରୋଗୀମାନଙ୍କୁ ମଧ୍ୟ ଭର୍ତ୍ତି କରାଯାଇଥିଲା। ଏଠାରେ ପାଖାପାଖି ୫୦ ଜଣ ରୋଗୀଙ୍କ ଚିକିତ୍ସା ଚାଲିଥିଲା। ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଉଦ୍ଧାର କାମ କରିଥିଲେ। ଅଗ୍ନିକାଣ୍ଡ ପରେ ରୋଗୀମାନଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏଥିସହିତ ୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି।