ଦେଶରେ ୨.୬ ଲକ୍ଷ ଅତିକ୍ରମ କଲା କୋଭିଡ ସଂକ୍ରମଣ ମାମଲା, ୧୫୦୧ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହି ମଧ୍ୟରେ ଦୈନିକ ସଂକ୍ରମଣ ମାମଲା ୨.୬ ଲକ୍ଷ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୬୧ ହଜାର ୫୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ୧୫୦୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ତେବେ ନୂଆ କରୋନା ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ମାମଲା ୧ କୋଟି ୪୭ ଲକ୍ଷ ୮୮ ହଜାର ୧୦୯କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୮ ହଜାର ୪୨୩ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ କୋଟି ୨୮ ଲକ୍ଷ ୯ ହଜାର ୬୪୩ରେ ପହଞ୍ଚିଛି। ସେହିପରି ୧ ଲକ୍ଷ ୭୭ ହଜାର ୧୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଲକ୍ଷ ୧ ହଜାର ୩୧୬ ଜଣ ଚିକିତ୍ସାଧୀନ ଅଛନ୍ତି।