ଜଙ୍ଗଲରେ ଗୁଳିବିନିମୟ, ଯବାନଙ୍କ ଗୁଳିରେ ଜଣେ ନକ୍ସଲ ନିହତ

ମାଲକାନଗିରି,ଏନ୍ଏନ୍ଏସ୍: ନକ୍ସଲ-ସୁରକ୍ଷାକର୍ମୀ ଗୁଳିବିନିମୟ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ଚିନ୍ତାଗୁଫା ଅଞ୍ଚଳରେ ଗୁଳିବିନିମୟ ଜାରି ରହିଛି। ଏହି ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏବେବି ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଛି।

ଖବର ଅନୁଯାୟୀ, ସୁକମା ଜିଲ୍ଲା ଚିନ୍ତାଗୁଫା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା। ନକ୍ସଲମାନଙ୍କ ଶହିଦ ସପ୍ତାହକୁ ଦୃଷ୍ଟିରେ ରଖି ଯବାନମାନେ କୁମ୍ବିଂ ଅପରେସନ ଜାରି ରଖିଥିଲେ। ଠିକ୍‌ ଏହି ସମୟରେ ଯବାନଙ୍କ ଉପରୁ ଗୁଳିମାଡ଼ କରିଥିଲେ ନକ୍ସଲ। ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ। ଏହି ଅପରେସନରେ ସିଆରପିଏଫ୍‌ର ୧୫୦ ଓ ୧୩୧ ତମ ବାଟାଲିୟନ , ଡିଆର୍‌ଜି ଏସ୍‌ଟିଏଫ୍‌ ସାମିଲ ଅଛନ୍ତି। ତେବେ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି। ଯାହାଫଳରେ ଏବେବି ପୁରା ଅଞ୍ଚଳକୁ ଘେରିଯାଇଛନ୍ତି ସୁରକ୍ଷାକର୍ମୀ।