କଟକ ବାଦାମବାଡ଼ିର ଏକ ଇଲେକ୍‌ଟ୍ରୋନିକ ଗୋଦାମରେ ଅଗ୍ନିକାଣ୍ଡ

କଟକ,ଏନ୍ଏନ୍ଏସ୍: ବାଦାମବାଡିରେ ଥିବା ଏକ ଇଲେକ୍‌ଟ୍ରୋନିକ ଗୋଦାମରେ ଗୁରୁବାର ସକାଳେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ଗୋଦାମରେ ଥିବା ଲକ୍ଷାଧିକ ଟଙ୍କାର ଇଲେକ୍‌ଟ୍ରୋନିକ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଖବରପାଇ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛନ୍ତି। ଏହି ଅଗ୍ନିକାଣ୍ଡରେ ୩ଜଣ ଫଶି ରହିଥିବାବେଳେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ସେଠାରୁ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ସେହିପରି ଇଲେକ୍‌ଟ୍ରୋନିକ ଗୋଦାମରେ ବହୁ ପରିମାଣରେ ଫ୍ୟାନ୍‌, ଇଣ୍ଡକସନ ଚୁଲା ସହିତ ଅନ୍ୟାନ୍ୟ ଇଲେକ୍‌ଟ୍ରୋନିକ ସାମଗ୍ରୀ ରହିଥିଲା। ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନଥିବା ବେଳେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି।