ପୁରୀ,ଏନ୍ଏନ୍ଏସ୍: ଗତକାଲି ସନ୍ଧ୍ୟାରେ ବାଲୁଖଣ୍ଡ-କୋଣାର୍କ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ପୁରୀ ଜିଲ୍ଲାର ବେଲାଡାଲ ଗ୍ରାମ ନିକଟ ଜୋନ୍ ନଂ -୧୪ ରେ ଏହି ଅଗ୍ନିକାଣ୍ଡ ଘଟିଛି।
ଖବର ଅନୁଯାୟୀ, ଆଜି ଏକ ଦଳ ଯୁବକ ପିକନିକ୍ କରିବାକୁ ଯାଇଥିଲେ ଏବଂ ଏହି କାରଣରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।
ସୂଚନା ପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। କେତେକ ଗ୍ରାମବାସୀ ମଧ୍ୟ ନିଆଁକୁ ଆୟତ୍ତ କରିବାରେ ସାହାଯ୍ୟ କରୁଛନ୍ତି ବୋଲି ଖବର ମିଳିଛି।