କଙ୍ଗନାଙ୍କ ବିରୋଧରେ ଥାନାରେ ଏତଲା

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆଶାଳୀନ ଭାଷା ପ୍ରୟୋଗ କରିଥିବା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାମରେ ଅଭିଯୋଗ ହୋଇଛି। ସହରର ନୀତୀନ୍ ମାନେ ନାମକ ଜଣେ ଓକିଲ କଙ୍ଗନାଙ୍କ ବିରୋଧରେ ବିକ୍ରୋଲି ଥାନାରେ ଅଭିଯୋଗ କରିଛନ୍ତି। ଅଭିନେତ୍ରୀ କଙ୍ଗନା ମହାରାଷ୍ଟ୍ର ମୁଖ୍ୟମମନ୍ତ୍ରୀଙ୍କ ବିରୋଧରେ ଖରାପ ଭାଷା ପ୍ରୟୋଗ କରି ସୋସିଆଲ୍ ମିଡ଼ିଆରେ ଅପଲୋଡ୍ କରିଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି। ହେଲେ ଥାନାରେ କଙ୍ଗନାଙ୍କ ବିରୋଧରେ ଦିଆଯାଇଥିବା ଏଫ୍ଆଇଆର୍କୁ ଗ୍ରହଣ କରାଯାଇନାହିଁ। ତେଣୁ ଓକିଲ ନୀତୀନ୍ ମାନେ ଅଦାଲତରେ ଅବମାନନା ମାମଲା ଦେବେ ବୋଲି କହିଛନ୍ତି।