ବରଗଡ଼,ଏନ୍ଏନ୍ଏସ୍: ଲକଡାଉନ ଯୋଗୁ ୮ ମାସ ହେବ ମୁକ୍ତ ରଙ୍ଗମଞ୍ଚରେ ଅଭିନୟ କରୁଥିବା କଳାକାରମାନେ ଘରେ ରହିବା ସହ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ଏନେଇ କଳାକାରଙ୍କୁ ଆର୍ଥିକ ସହାୟତା ସହ ମୁକ୍ତ ରଙ୍ଗମଞ୍ଚ ଖୋଲିବା ପାଇଁ ଅନୁମତି ପ୍ରଦାନ କରିବାକୁ ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ତରଫରୁ ଦାବି କରାଯାଇଛି। ସଭାପତି ଦୟାନିଧି ପ୍ରଧାନଙ୍କ ନେତୃତ୍ୱରେ ସଂଘର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ଲକଡାଉନ ଯୋଗୁ ହାତ ବାନ୍ଧି ବସିଥିବା କଳାକାରଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା, ମୁକ୍ତ ରଙ୍ଗମଞ୍ଚ ପାଇଁ ଅନୁମତି ପ୍ରଦାନ, କଳାକାର ସହାୟତା ଯୋଜାନରେ ସମସ୍ତ କଳାକାରଙ୍କୁ ସାମିଲ କରାଯିବା ସହ ମାସିକ ଭତ୍ତା ୧୨ ଶହରୁ ୩ ହଜାରକୁ ବୃଦ୍ଧି କରିବା, ବିଜୁ ପକ୍କା ଘର ଯୋଜନାରେ କଳାକାରଙ୍କୁ ସାମିଲ କରିବା ଏବଂ ସ୍ୱାବଲମ୍ବୀ ହେବା ପାଇଁ କଳାକାରଙ୍କୁ ଋଣ ପ୍ରଦାନ କରାଯିବାକୁ ଦାବି କରାଯାଇଛି। ଏହି ସମୟରେ ଜଗଦାନନ୍ଦ ମିଶ୍ର, ଆଦିତ୍ୟ ପଣ୍ଡା, ସୁଶୀଲ କୁମାର ମେହେର, ଚିନ୍ତାମଣି କୁମ୍ଭାର, ବିରଂଚି ଲୁହାର, ପଞ୍ଚାନନ ବେହେରା ଓ ନାରାୟଣ ସାହୁ ସମେତ ବହୁ କଳାକାର ସାମିଲ ହୋଇଥିଲେ ।