କଂଗ୍ରେସ ସ୍ୱପ୍ନ ଦେଖାଉଥିଲା କିନ୍ତୁ ବିଜେପି ସ୍ୱପ୍ନ ପୂରଣ କରୁଛି: ସୀତାରମଣ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାଚୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ ସମେତ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସୀତାରମଣ କହିଛନ୍ତି ଯେ, କଂଗ୍ରେସ ସ୍ୱପ୍ନ ଦେଖାଉଥିଲା କିନ୍ତୁ ବିଜେପି ସ୍ୱପ୍ନ ପୂରଣ କରୁଛି । ଭାରତ ଭବିଷ୍ୟତରେ ତା’ର ବିକାଶକୁ ନେଇ ସକରାତ୍ମକ ଓ ଆଶାବାଦୀ ରହିଛି । ଭାରତକୁ ପ୍ରଗତି ରାସ୍ତାରେ ଆଗକୁ ବଢ଼ିବାରେ କେହି ରୋକିପାରିବେ ନାହିଁ । ୟୁପିଏ କାର୍ଯ୍ୟକାଳ ସମୟରେ ଲୋକେ କହୁଥିଲେ ବିଜୁଳି ଆସିବ ଏବେ ଲୋକେ କହୁଛନ୍ତି ବିଜୁଳି ଆସିଯାଇଛି । ଏୟାରପୋର୍ଟ ହେବ ଏବେ କହୁଛନ୍ତି ଏୟାରପୋର୍ଟ ହୋଇଯାଇଛି । କଂଗ୍ରେସ ଓ ଆମ ମଧ୍ୟରେ ଏହି ପ୍ରଭେଦ ରହିଛି । ବିଜେପି ଲୋକଙ୍କ ସ୍ୱପ୍ନ ପୂରଣ କରିଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆହୁରି କହିଛନ୍ତି ଯେ, ଆମେ ୬ ଦଶକ ପର୍ଯ୍ୟନ୍ତ କେବଳ ଗରିବୀ ହଟାଓ ନାରା ଶୁଣୁଥିଲୁ । କିନ୍ତୁ ଗରିବୀ ହଟାଇବାର ବାସ୍ତବ ଉପାୟ କେବଳ ଏନଡିଏ ସରକାରଙ୍କ କାର୍ଯ୍ୟକାଳରେ ହେଉଛି ।