ମଣିପୁର ଭିଡିଓ ଭାଇରାଲକୁ ନେଇ ଗୃହରେ ଜବାବ ରଖିଲେ ଶାହ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଆଜି ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଜବାବ ଦେଇଛନ୍ତି । ଶାହ କଂଗ୍ରେସକୁ ଟାର୍ଗେଟ କରି ମୋଦୀ ସରକାରଙ୍କ ସମସ୍ତ ଉପଲବ୍ଧି ସମ୍ବନ୍ଧରେ ବଖାଣିଛନ୍ତି । ବିରୋଧୀଙ୍କୁ ମୋଦୀ ସରକାରଙ୍କ ଉପରେ ଅବିଶ୍ୱାସ ଥିଲେ ମଧ୍ୟ ଜନତାଙ୍କର ବିଶ୍ୱାସ ରହିଛି ବୋଲି ଶାହ କହିଛନ୍ତି ।

ଏହି ଅବସରରେ ମଣିପୁର ହିଂସା ସମ୍ବନ୍ଧରେ କହିବାକୁ ଯାଇ ଗୃହମନ୍ତ୍ରୀ ଶାହ କହିଛନ୍ତି ଯେ, ମେ’ ୪ ଘଟିଥିବା ଦୁର୍ଘଟଣା ଖୁବ୍ ଲଜ୍ଜାଜନକ କିନ୍ତୁ ସଂସଦ ଅଧିବେସନର ଦିନକ ପୂର୍ବରୁ ହିଁ ଏହି ଭିଡିଓ କାହିଁକି ସାମ୍ନାକୁ ଆସିଲା । ଯିଏ ଏହି ଭିଡିଓ ଭାଇରାଲ କଲା ସେ ପ୍ରଥମେ ପୁଲିସକୁ ହସ୍ତାନ୍ତର କରିବାର ଥିଲା । ଭିଡିଓ ଯେଉଁଦିନ ମିଳିଲା ସେଦିନ ହିଁ ୯ ଜଣଙ୍କୁ ଚିହ୍ନଟ କରାଯ।।ଇଥିଲା । ଆଉ ଏବେ ସେମାନେ ଟ୍ରାୟଲର ସାମ୍ନା କରୁଛନ୍ତି ।