୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୫ ଛାତ୍ର ଆହତ

ଢେଙ୍କାନାଳ,ଏନ୍ଏନ୍ଏସ୍: ସିନିୟର ଓ ଜୁନିୟର ଛାତ୍ରଙ୍କ ମଧ୍ୟରେ ବଚସାକୁ  ନେଇ ଗଣ୍ଡଗୋଳ। କଲେଜ ହଷ୍ଟେଲରେ ଭଙ୍ଗାରୁଜା। ସୂଚନା ଅନୁସାରେ ଢେଙ୍କାନାଳସ୍ଥିତ ସରାଙ୍ଗରେ ଥିବା ଆଇଜିଆଇଟିଇଞ୍ଜିନିୟରିଂ କଲେଜରେ ସିନିୟର ଓ ଜୁନିୟର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଗୁରୁବାର ରାତିରେ ଉକ୍ତ କଲେଜର ଭାଷ୍କର ଭବନ ଛାତ୍ରାବାସରେ କୌଣସି କାରଣକୁ ନେଇ ସିନିୟର ଓ ଜୁନିୟର ଛାତ୍ରଙ୍କ ମଧ୍ୟରେ ବଚସା ହେବା ସହ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ପରିପ୍ରେକ୍ଷୀରେ ୫ଜଣ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ତାଳଚେର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତେବେ ଏ ସମ୍ପର୍କରେ ଖବରପାଇ କାମାଖ୍ୟାନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି  ରଖିଛି।